Catering Truck Helped Hide Trump’s Secret Military Aircraft Switch: ଇରାନର ହତ୍ୟା ଧମକ ପରେ... ତୁର୍କୀରେ ବିମାନ ପରିବର୍ତ୍ତନ କରିଦେଲେ ଟ୍ରମ୍ପ

ନାଟୋ ସମ୍ମିଳନୀ ପରେ ତୁର୍କୀରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆକରି ସଜ୍ଜିତ ହୋଇଥିବା ଏବଂ କତାର ପକ୍ଷରୁ ଦାନ କରାଯାଇଥିବା ବୋଇଂ ବିମାନ ବଦଳରେ ପୁରୁଣା ଏୟାର ଫୋର୍ସ ଓ୍ୱାନ୍ ବିମାନରେ ଯାତ୍ରା କରିଥିବା ଘଟଣା ପ୍ରଥମେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା। ଏବେ ଦ ୱାଶିଂଟନ୍ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, ଇରାନ ପକ୍ଷରୁ ହତ୍ୟା ଧମକ ମିଳିବା ପରେ ଟ୍ରମ୍ପଙ୍କୁ ତୁର୍କୀରୁ ଏକ ସାମରିକ ବିମାନରେ ଗୁପ୍ତ ଭାବେ ବାହାର କରାଯାଇଥିଲା। ଏହି ଯୋଜନାରେ ଏୟାର ଫୋର୍ସ ଓ୍ୱାନ୍‌କୁ ଏକ ଡିକଏ ବିମାନ ଭାବେ ବ୍ୟବହାର କରାଯାଇଥିଲା। ଟ୍ରମ୍ପଙ୍କୁ ଅଙ୍କାରା ବିମାନବନ୍ଦରରେ ଗଣମାଧ୍ୟମର ସମ୍ପୂର୍ଣ୍ଣ ନଜର ସ