Department of Higher Education: ଉଚ୍ଚଶିକ୍ଷା ବିଭାଗର ଅଭିନବ ପ୍ରୟାସ: ୧.୧୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍

ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଭିନ୍ନ ଶିକ୍ଷାନୁଷ୍ଠାନର ୧ଲକ୍ଷ ୧୮ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ସୁଯୋଗ ଦିଆଯାଇଛି। ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗାଇଡଲାଇନ ଅନୁଯାୟୀ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଚତୁର୍ଥ ସେମିଷ୍ଟାରରେ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ସୁଯୋଗ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ଏହି ଇଣ୍ଟର୍ନସିପ୍‌ର ସମୟସୀମା ୬ ସପ୍ତାହ ରହିଛି। ଇଣ୍ଟର୍ନସିପ୍‌ରେ ଛାତ୍ରଛାତ୍ରୀଙ୍କୁ ମେଣ୍ଟରସିପ୍ ପ୍ରଦାନ କରାଯିବ। ସେମାନଙ୍କୁ ରାଜ୍ୟ